ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ପାଲମପଲ୍ଲୀ ଜଙ୍ଗଲରେ ଏନ୍କାଉଣ୍ଟର । ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟରେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ହାର୍ଡକୋର ମାଓ କମାଣ୍ଡର ମୁଚାକି କେଲାସ ନିହତ ହୋଇଛି। ଏନେଇ ସୁକୁମା ଏସ୍ପି କିରଣ ଚୌହ୍ୱାନ ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ଆଧାରରେ, ପାଲମପଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସମୟରେ ପୋଲିସ ଏବଂ ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ପୋଲିସ ଗୁଳିରେ ଟପ୍ ହାର୍ଡକୋର ମାଓବାଦୀ ମୁଚାକି କେଲାସ ଟଳିଥିଲା ।
କେଲାସ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ମୁଚାକି ଦୀର୍ଘ ଦିନ ଧରି ମାଓ ସଂଗଠନ ସହିତ ଜଡିତ ଥିଲା । ସେ ପ୍ଲାଟୁନ ୩୧ର ପିପିସିଏମ୍ କ୍ୟାଡର ସେକ୍ସନ କମାଣ୍ଡର ଭାବେ ସକ୍ରିୟ ଥିଲା ।
ସେହିପରି ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।