ଭୁବନେଶ୍ୱର: ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି । ଟୋକନ୍ ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ଯେଉଁ ଚାଷୀମାନଙ୍କର ଟୋକନ୍ ଅବଧି ସମାପ୍ତ ହୋଇଛି, ସେମାନେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ମଣ୍ଡିରେ ଧାନ ବିକ୍ରି କରିପାରିବେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ସମୟ ଅବଧିକୁ ବଢ଼ାଇ ପାରିବେ । ବିଳମ୍ବ ହେଲେ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ଚାଷୀଙ୍କୁ ଧାନ କିଣାରୁ ବାଦ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ ।
ମଣ୍ଡି ଅବ୍ୟବସ୍ଥା, ଟୋକନ୍ ଲ୍ୟାପ୍ସ, ଧାନ କିଣାରେ ବିଳମ୍ବ ନେଇ ବିରୋଧୀ ଦଳ ବଜେଟ୍ ଅଧିବେଶନକୁ ଅଚଳ କରିଦେଇଥିଲେ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବିନା ଆଲୋଚନାରେ ଶେଷ ହୋଇଛି ।