ଭୁୁବନେଶ୍ୱର: କମିବ ଶୀତର ପ୍ରକୋପ । ଆଉ ବଢିବ ପାରଦ । ରାଜ୍ୟବାସୀଙ୍କୁ ଶୀତ ପ୍ରକୋପରୁ ତ୍ରାହି ମିଳିବ । ଆଜି ରାତିରୁ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପାମାତ୍ରା ୨ରୁ ୪ ଡିଗ୍ରୀ ବଢିବ । ସାଧାରଣତଃ ମକର ପରେ ରାଜ୍ୟରେ ପାରଦ ଉପରମୁହାଁ ହେବା ସହ ଶୀତର ପ୍ରକୋପ କମିଥାଏ।
ପାଣିପାଗ ବିଭାଗ ଅନୁଯାୟୀ, ରବିବାର ରାତିରେ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୧୦ରୁ ୧୧ ଡିଗ୍ରୀ ରହିପାରେ । ସୋମବାରଠୁ ବୁଧବାର ପୂରା ରାଜ୍ୟରେ ତାପମାତ୍ରା ବଢିବ । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିପାରେ । ପୁରୀ, ଗୋପାଳପୁର, ଭଦ୍ରକରେ ପାରଦ ୧୩ରୁ ୧୪ ଡିଗ୍ରୀ ରହିପାରେ ।
ଉଲ୍ଲେଖନୀୟ ଚଳିତ ଶୀତ ଋତୁରେ ପ୍ରବଳ ଜାଡ ଅନୁଭୂତ ହୋଇଛି । ଅନେକ ବର୍ଷ ପରେ ଶୀତ ଋତୁ ଶୀତ ପରି ଲାଗିଛି । କନ୍ଧମାଳର ଜି ଉଦୟଗିରି ସବୁଠୁ ଥଣ୍ଡା ସ୍ଥାନ ପାଲଟିଥିଲା । ଏଠାରେ ତାପମାତ୍ରା ୨.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୫.୫, ରାଉରକେଲାରେ ୬.୬, ଝାରୁସୁଗୁଡାରେ ୬.୭, କିରେଇ ଓ ବଲାଙ୍ଗୀରରେ ୮.୨, ଅନୁଗୁଳରେ ୮.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୧୦ ଡିଗ୍ରୀ ତଳେ ଅର୍ଥାତ ୯ ରହିଥିଲା । ତେବେ ସାଧାରଣତଃ ମକର ପରେ ରାଜ୍ୟରେ ପାରଦ ଉପରମୁହାଁ ହେବା ସହ ଶୀତର ପ୍ରକୋପ କମିଥାଏ ।
Also read: କୋଲକାତାରୁ ଓଡ଼ିଶା ଆସିବ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି, ସୃଷ୍ଟି ହେବ ୯୦ ହଜାର ନିଯୁକ୍ତି