ରଥ ଉପରେ ଅନଧୂକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା ଦିଆଯାଇଛି । । ୭ ଓ ୮ ତାରିଖ ରଥଯାତ୍ରାରେ ରଥ ଉପରେ ଅନଧୂକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବା ବେଳେ ଶ୍ରୀମନ୍ଦିର ସ୍ବତନ୍ତ୍ର ଅଧୂକାରୀ ଅଜୟ କୁମାର ଜେନା ଏତଲା ଦେଇଛନ୍ତି ।
ସୂଚନା ଅନୁସାରେ ରଥଯାତ୍ରା ଦିନ ଅର୍ଥାତ ୭ ଓ ୮ ତାରିଖ ଦିନ ରଥ ଉପରେ ଅନଧିକୃତ ବ୍ୟକ୍ତି ଏବଂ ଅଣସେବାୟତ ମାନେ ଚଢିଥିଲେ । ଯାହାକୁ ନେଇ ଶ୍ରୀମନ୍ଦିରର ସ୍ୱତନ୍ତ୍ର ଥାନା ଅଧିକାରୀ ଥାନାରେ ଏତଲା ଦେଇଛନ୍ତି । ଏବଂ ଏ ସମ୍ପର୍କିତ ଫଟୋ, ଭିଡିଓ, ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ପ୍ରମାଣ ଆଧାରରେ ଦିଆଯାଇଛି ।