ଅନୁଗୁଳ: ଗିରଫ ହେଲେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ।
ଗତକାଲି ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢାଉରେ ସୁରେନ୍ଦ୍ର ବେହେରାଙ୍କ ନିକଟରୁ ଦୁଇ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱରରୁ ୨ଟି ଫ୍ଲାଟ, ୪ଟି ପ୍ଲଟ, ନଗଦ ୨.୩୩ ଲକ୍ଷ ଟଙ୍କା, ପ୍ରାୟ ୫୪ ଲକ୍ଷ ଟଙ୍କା ଜମା ଇତ୍ୟାଦି ସମ୍ପତ୍ତି ଥିବା ଜଣାପଡ଼ିଥିଲା।
ସୁରେନ୍ଦ୍ର ବେହେରାଙ୍କ ଘରେ ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଟିମ୍ ରେ ଥିଲେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । ତେବେ ଚଢ଼ାଉ ବେଳେ ସୁରେନ୍ଦ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ମଧ୍ୟ ଟେରା ହୋଇଯାଇଛି । ସୁରେନ୍ଦ୍ରଙ୍କ ୨ଟି କୋଠା, ୨ଟି ଫ୍ଲାଟ୍, ୪ଟି ପ୍ଲଟ୍ ଠାବ କରାଯାଇଥିଲା । ସୁନ୍ଦରଗଡ଼ରେ ରହିଛି ୩ ମହଲା ବିଶିଷ୍ଟ କୋଠା । ଭୁବନେଶ୍ବର ଘାଟିକିଆରେ ରହିଛି ୨ଟି ଫ୍ଲାଟ୍ । ରାଉରକେଲାରେ ୨ ମହଲା କୋଠା ଠାବ ହୋଇଛି । ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ଼ ଓ ରାଉରକେଲାରେ ୪ଟି ପ୍ଲଟ୍ ରହିଛି । ୨ ଲକ୍ଷ ୩୩ ହଜାର ନଗଦ ଟଙ୍କା ଜବତ ହୋଇଛି । ଏହାସହ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି ଚଢ଼ାଉ କରାଯାଇଥିଲା । ତେବେ ଚଢାଉ ବେଳେ ଏତେ ସମ୍ପତି ଓ ଟଙ୍କାର ସଠିକ୍ ହିସାବ ଦେଇ ସେ ପାରିନଥିଲେ ।