କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କାଲିବାହାଲରେ ଏକ ଅଘଟଣ ଘଟିଯାଇଛି । ବଜ୍ରାଘାତରେ ୨ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ମୃତକମାନେ ହେଲେ କାଲିବାହାଲ ଗ୍ରାମର ଦୁଃଖବନ୍ଧୁ ମାଝୀ ଓ ବୀର କିଷାନ ।
ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ରାସ୍ତାରେ ଯାଉଥିବା ଦୁଃଖବନ୍ଧୁ ଓ ବୀର ଏକ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବାରୁ ଉଭୟ ଗୁରୁତର ଆହତ ହୋଇପଡିଥିଲେ । ତେବେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କୋଲାବିରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।