ଯାଜପୁର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟିରେ ଗ୍ରେସ ମାର୍କ ଦେବାକୁ ଦାବି କରିଛନ୍ତି ପରାକ୍ଷାର୍ଥୀ । ଏ ନେଇ ଆଜି ଯାଜପୁର ଜିଲ୍ଲାର କିଛି ଆଶାୟୀ ପରୀକ୍ଷାର୍ଥୀ ଜିଲ୍ଲା ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି । । ଏ ନେଇ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ।
ଗତ ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ଓଟିଇଟି ପରୀକ୍ଷାରେ ଅନେକ ସମସ୍ୟା ଦେଖାଦେଇଥିଲା । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରାୟ ଦେଢ଼ ଘଣ୍ଟା ଧରି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଫଳରେ ପରୀକ୍ଷା କେନ୍ଦ୍ରରୁ ବିଜୁଳି ଚାଲି ଯାଇଥିଲା । ବିଜୁଳି ବିକଳ୍ପର ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନଥିଲା । ଯେଉଁଥିପାଇଁ ପରୀକ୍ଷାର୍ଥୀ ପ୍ରଶ୍ନ ପତ୍ର ସଠିକ ଭାବେ ପଢ଼ି କିମ୍ବା ଦେଖି ପାରିନଥିଲେ । ଝରକା କଡରେ ବସିଥିବା ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଓ ଉତ୍ତରଖାତା ମଧ୍ୟ ଓଦା ହୋଇଯାଇଥିଲା । କିନ୍ତୁ ପରେ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ମଧ୍ୟ ଦିଆଯାଇ ନ ଥିଲା । ଯାହାକି ପରୀକ୍ଷାର୍ଥୀମାନଙ୍କ ମନରେ ପରୀକ୍ଷାରେ ଉତୀର୍ଣ୍ଣ ହେବାର ଭୟ ସୃଷ୍ଟି ହୋଇଛି । ତେଣୁ ସେଦିନର ଘଟଣାକୁ ଯାଞ୍ଚ କରି ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ମତାମତ ଆଧାରରେ ପରୀକ୍ଷାର୍ଥୀମାନଙ୍କୁ ଗ୍ରେସ ମାର୍କ ପ୍ରଦାନ କରି ପାସ କରିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି ।