କଟକ: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦାୟିତ୍ୱ ନେଇଥିବା ସିଲିକନ୍ ଟେକ୍ କମ୍ପାନୀକୁ କଳାତାଲିକା ଭୁକ୍ତ କରାଯାଇଛି । ହାଇକୋର୍ଟ କମ୍ପାନୀକୁ ଆସନ୍ତା ୫ ବର୍ଷ ପାଇଁ କଳା ତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମ୍ପାନୀର ମାଲିକ ସୁରେଶ ନାୟକ ପୂର୍ବରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।
ଓଡ଼ିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର୍ ଦେଇଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ୱ ଦେଇଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ଵ ଦେଇଥିଲା। ଏହା ପରେ ସିଲିକନ୍ ଟେକ୍ କମ୍ପାନୀ ଏବଂ ପଞ୍ଚସଫ୍ଟ କମ୍ପାନୀ ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ପିଲାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ପରୀକ୍ଷାରେ ଘୋଟାଲା କରିବାକୁ ଯୋଜନା କରିଥିଲେ ।