ଭୁବନେଶ୍ୱର: ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ଧାନ ସଂଗ୍ରହ, ମଣ୍ଡି ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
ଆଜି ସନ୍ଧ୍ୟାରେ ଧାନ ସଂଗ୍ରହକୁ ନେଇ ଲୋକସେବା ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ସନ୍ଧ୍ୟା ସାଢେ ୭ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଖରିଫ ୨୦୨୫-୨୬ ଧାନ ସଂଗ୍ରହର ସମୀକ୍ଷା ହୋଇଛି। ଚାଷୀଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବା ଓ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ: ଓଡ଼ିଶାରେ ୪୯ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ; ଜାନୁଆରୀ ୩ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ