ଭୁବନେଶ୍ୱର: ଶିଶୁ ବାଟିକା ପିଲା ଅଙ୍ଗନବାଡ଼ି ଏବଂ ଅନ୍ୟ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭଳି ପିନ୍ଧିବେ ୟୁନିଫର୍ମ । ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ୟୁନିଫର୍ମ ବଣ୍ଟନ କରାଯିବ । ପୋଷାକ, ଜୋତା, କ୍ୟାପ ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ । ରାଜ୍ୟର ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମିଳିବ । ଏଥିପାଇଁ ପ୍ରତି ଛାତ୍ର ପିଛା ୧ ହଜାର ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା ।
ଚଳିତ ଶିକ୍ଷା ବର୍ଷରେ ମୋହନ ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିଛନ୍ତି । ଏହା ସହିତ ଶିଶୁ ବାଟିକାର ମଧ୍ୟ ଶୁଭାରମ୍ଭ ହୋଇଛି ।