ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁରର ସିନିୟର ରେଭିନ୍ଯୁ ଆସିଷ୍ଟାଣ୍ଟ। ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟର ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୪ଟା ସ୍ଥାନରେ ଚାଲିଛି ରେଡ। ବରଗଡ ସ୍ଥିତ ବାସଭବନ, ଚାରଭାଟିସ୍ଥିତ ଘର, ବରଗଡସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ଯାଳୟରେ ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି। ଏହି ଚଢାଉରେ ୨ ଡିଏସପି ଓ ୮ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।
ଚଢାଉ ଶେଷ ହେବା ପରେ ଏବଂ ଅଧିକାରୀମାନେ ବିସ୍ତୃତ ତଥ୍ୟ ପ୍ରକାଶ କରିବା ପରେ ଖବରଟିର ଆହୁରି ଅପଡେଟ୍ କରାଯିବ।
ଅଧିକ ପଢନ୍ତୁ: LVM3 ରକେଟ୍ରୁ ଉତକ୍ଷେପଣ ହେଲା ବିଶ୍ୱର ସବୁଠାରୁ ଭାରୀ ଉପଗ୍ରହ ବ୍ଲୁବାର୍ଡ ବ୍ଲକ-2