ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍। ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଓ ସୁରକ୍ଷାକର୍ମୀ। ଉଭୟଙ୍କ ମଧ୍ୟରେ ଚାଲିଛି ପ୍ରବଳ ମାତ୍ରାରେ ଗୁଳିବିନିମୟ ଚାଲିଛି।
ଟପ୍ ମାଓ ନେତା ମିସିର ବେସରା ସହ ତାର ୪୧ ଜଣିଆ ଟିମକୁ ଟାର୍ଗେଟ କରିଛି ସୁରକ୍ଷା ବାହିନୀ। ଘେରାବନ୍ଦୀରେ ଅଛନ୍ତି ମିସିର୍ ବେସରା ଟିମ୍। ମିସିର ବେସରା ନାଁରେ ରହିଛି ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର।
ବେସରା ଓ ତାର ଟିମ୍ ସରଣ୍ଡାରେ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ମିଳିତ ସୁରକ୍ଷା ବାହିନୀ। ଜଙ୍ଗଲ ଭିତରୁ ଲଗାତାର ଗୁଳିଗୋଳା ଶବ୍ଦ ଶୁଣି ନିକଟସ୍ଥ ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଥିବା କହିଛନ୍ତି ସ୍ଥାନୀୟ ଗ୍ରାମବାସୀ।
ଦିନକ ତଳେ ସିଆର୍ପିଏଫ୍ ଡିଜିଚାଇଁବସା ଗସ୍ତରେ ଆସି ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବାକୁ ସୁରକ୍ଷାବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାର ୨୪ ଘଣ୍ଟା ମଧ୍ୟରେ ସରଣ୍ଡା ଜଙ୍ଗଲରୁ ଏଭଳି ଗୁଳି ବିନିମୟ ଖବର ଆସିବାରୁ ଅଞ୍ଚଳରେ ଚର୍ଚ୍ଚା ବଢ଼ିଯାଇଛି।
ଅଧିକ ପଢନ୍ତୁ: ତେଲେଙ୍ଗାନାରେ ମାଓ ସଂଗଠନକୁ ଏକ ବଡ଼ ଝଟକା; ୧୩୦ ଜଣ ମାଓବାଦୀ କଲେ ଆତ୍ମସମର୍ପଣ