ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ହୋଇଥିବା ଗଭୀର ଅବପାତ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି । କେତେ ସ୍ଥାନରେ ବର୍ଷା କମିଥିଲେ ସୁଦ୍ଧା ଜଳବନ୍ଦୀ ସମସ୍ୟା ଦେଖା ଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରାଜ୍ୟର ୧୧ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।
ବର୍ଷା ପାଇଁ ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ କଲେଜ ବନ୍ଦ ରଖାଯାଇଛି । ଭଦ୍ରକ, କେନ୍ଦୁଝର, ଯାଜପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ଼, ସୋନପୁର ଓ ବଲାଙ୍ଗିର ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳକା, ସାଳନ୍ଦୀ ଓ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ନଦୀ ବନ୍ଧରେ ଘାଇ ସୃଷ୍ଟି ହେବା ସହିତ ଅନେକ ସ୍ଥାନରେ ବର୍ଷା ପାଣି ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଜନତା ବର୍ତ୍ତମାନ ନାହିଁ ନ ଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ।