ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟରେ ଖୋଲିବ ଚାଉଳ ଏଟିଏମ୍ । ପ୍ରଥମ ପର୍ୟ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଚାଉଳ ଏଟିଏମ୍ ଖୋଲାଯିବ ଓ ସପ୍ତାହେ ଭିତରେ ଖୋଲିବ ଚାଉଳ ଏଟିଏମ୍ । ପରେ ଏହା ପ୍ରତ୍ୟେକଟି ଜିଲ୍ଲାରେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏହା ଦ୍ୱାରା ସାରା ଭାରତରେ ଏହି କାର୍ଡ ବ୍ୟବହାର କରିହେବ । କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ରାଜ୍ୟରେ ୫୦ ଲକ୍ଷ ମିଛ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ସେମାନଙ୍କ କାର୍ଡ ହଟାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବ । ସମୀକ୍ଷା ପରେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହିତ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କାରେ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇବେ ଓ କୌଣସି କଟ୍ନୀଛଟ୍ନୀ କରାଯିବ ନାହିଁ। ଏଭଳି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯଦି ଡିଲର ମାନେ ହିତାଧିକାରୀକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ଆସେ ତେବେ ତଦନ୍ତ କରି ଲାଇସେନ୍ସ ରଦ୍ଧ କରାଯିବ ଏବଂ ନୂଆ ଡିଲରଙ୍କୁ ନିଯୁକ୍ତି ଦିଆଯିବ ।
ଅଧିକ ପଢନ୍ତୁ : ଯାଜପୁର ବୈତରଣି ନଦୀରେ ଘଟିଛି ଅଘଟଣ, ନଦୀରେ ବୁଡି ନାବାଳକ ମୃତ