ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ନଦୀରେ ବୁଡି ନାବାଳକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ଅଞ୍ଚଳରେ । ବୈତରଣି ନଦୀର ବରାହ ନାଥ ନିକଟରେ ଭୋଜି କରିବାକୁ ଯାଇ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଯାଜପୁର ଟାଉନ ଥାନା ଅନ୍ତର୍ଗତ ପ୍ରଦୀପ୍ତ ମହାଳିକଙ୍କ ୧୬ ବର୍ଷର ପୁଅ ଚିତ ରଞ୍ଜନ ମହାଳିକ ।
ସୂଚନା ଅନୁଯାୟୀ ଚିତ ରଞ୍ଜନ ସାଙ୍ଗ ମାନଙ୍କ ସହ ଟାଉନ ସ୍ଥିତ ବୈତରଣି ନଦୀ କୂଳରେ ଭୋଜି କରିବାକୁ ଯାଇଥିଲେ । କୌଣସି କାରଣରୁ ନଦୀକୁ ଯାଇଥିବାବେଳେ ଗଭୀର ଗଣ୍ଡରେ ବୁଡି ଯାଇଥିଲେ । ସାଙ୍ଗ ମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗଭୀର ପାଣିରେ ବୁଡି ଯାଇଥିଲେ ଚିତ ରଞ୍ଜନ । ଶେଷରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ : କାର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ