ଭୁବନେଶ୍ୱର: ସାରା ଓଡ଼ିଶା ଏବେ ତାତିର ଜ୍ୱାଳାରେ ଜଳୁଛି। ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଓ ଗୁଳୁଗୁଳି ଜନଜୀବନକୁ କରିଦେଇଛି ଅସହ୍ୟ। ଏପରିକି ଘରୁ ବାହାରକୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡୁଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି, ଯାହା ଜନଜୀବନଙ୍କ ଅସ୍ତବ୍ୟସ୍ତ କରି ପକାଇଛି।
ଆଜି ରାଜ୍ୟର ଦୁଇ ସହରରେ ପାରଦ ୪୪ ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ା ଓ ତାଳଚେର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି। ଏହା ପଛକୁ ଢେଙ୍କାନାଳ ୪୩.୫ ଡିଗ୍ରୀ ରହିଥିବା ବେଳେ ହୀରାକୁଦ ୪୩.୪ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି ସମ୍ବଲପୁର ଓ ପାରଳାଖେମୁଣ୍ଡି ୪୩, ବରଗଡ଼ ୪୨.୬ ଡିଗ୍ରୀ, ରାଉରକେଲା, ସୁନ୍ଦରଗଡ଼ ଓ ନୂଆପଡ଼ା ୪୨. ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭବାନୀପାଟଣା ୪୨ ଡିଗ୍ରୀ ଥିବା ବେଳେ ବୌଦ୍ଧ ୪୧.୪, ନୟାଗଡ଼ ଓ ଖୋର୍ଦ୍ଧା ୪୧ ଡିଗ୍ରୀ ରହିଛି। କେନ୍ଦୁଝର ତାପମାତ୍ରା ୪୦.୯ ଡିଗ୍ରୀ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ୪୨ ଡ଼ିଗ୍ରୀ ଛୁଇଁଛି ଦିନର ତାପମାତ୍ରା। ସେପଟେ ଝାରସୁଗୁଡା ସହର ତତଲା କଡ଼େଇରେ ଭାଜି ହେଉଥିବା ବେଳେ ଗତକାଲି ୪୪.୬ ଡ଼ିଗ୍ରୀ ସେଲସିୟସ ସହ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ୪ ଦିନ କଲବଲ କରିବ ତାତି, କାଳବୈଶାଖୀ ଆସିଲେ ହିଁ ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଧିକ ପଢନ୍ତୁ: ଅସହ୍ୟ ତାତିରେ ସନ୍ତୁଳି ହେଉଛି ଜନଜୀବନ; ଦିନ ୧ଟା ୩୦ ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ପାରଦ