ଦୁଇ ଜିଲ୍ଲାରେ ଅଗ୍ନିକାଣ୍ଡର ତାଣ୍ଡବ ଦେଖିବାକୁ ମିଳିଛି। କଟକ ଓ ଢେଙ୍କାନାଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ବାଙ୍କୀ ଅଞ୍ଚଳର କିଆପଲା ପଞ୍ଚାୟତ ନୂଆଗାଁରେ ହଠାତ୍ ଲାଗିଥିବା ନିଆଁ କେବଳ କିଛି ମିନିଟ୍ରେ ଚାରିଟି ଘରକୁ ଜାଳିଦେଇଛି। ଦେଖୁଦେଖୁ ଆଖି ପିଛୁଳାକେ ଲୋକମାନଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି।
ଏପଟେ ଢେଙ୍କାନାଳର କାମାକ୍ଷାନଗରରେ ମଧ୍ୟ ଘଟିଛି ଏକ ଦୁର୍ଭାଗ୍ୟଜନକ ଘଟଣା। ପରଜଙ୍ଗ ଥାନା ଅଧୀନ ବାରିହାପୁର ଗାଁରେ ଗ୍ୟାସ୍ ଲିକ୍ ହୋଇ ଲାଗିଥିବା ନିଆଁ ତିନିଟି ଘରକୁ ଭସ୍ମ କରିଦେଇଛି। ଏହି ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ, ସେମାନଙ୍କୁ ତାଳଚେର ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।