କଟକ: ବହୁ ଚର୍ଚ୍ଚିତ ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ମାନ୍ୟବର ହାଇକୋର୍ଟ ସିବିଆଇକୁ ଜବାବ ତଲବ କରିଛନ୍ତି । ଗତ ଦୁଇ ବର୍ଷ ହେବେ ସିସୋର୍ ଚିଟଫଣ୍ଡ ଠକେଇ ମାମଲା ନିମ୍ନ ଅଦଲତରେ ପଡ଼ିରହିଛି । ତେଣୁ ଏହି ମାମଲାକୁ ରଦ୍ଦ କରିବାକୁ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ମାମଲାର ତଦନ୍ତ କରୁଥିବାରୁ କୋର୍ଟ ଜବାବ ତଲବ କରିଛନ୍ତି ।
ସିସୋର୍ ଚିଟଫଣ୍ଟ ରାଜ୍ୟରେ ୫୦୦ କୋଟିର ଦୁର୍ନୀତି କରିଥିବା ଜଣାପଡ଼ିଥିଲା । ସି-ସୋର ଚିଟ୍ପଣ୍ଡ କେଳେଙ୍କାରୀର ପ୍ରଶାନ୍ତ ଦାସ ମୁଖ୍ୟ ଅଭିଯୁକ୍ତ ଥିଲେ । ପୂର୍ବରୁ ଏହି ମାମଲାରେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ ।