ଗଞ୍ଜାମ: ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଆସିଲା ରାଗିଂ ଅଭିଯୋଗ । ଦ୍ୱିତୀୟ ବର୍ଷ ଗଈଈଝ ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି । ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର। ଅଭିଯୋଗ ଅନୁସାରେ, ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି। ଜେନେରାଲ ବଡିଂ ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଛନ୍ତି ସିନିୟର୍। ଯଦି ପ୍ରତିବାଦ କରନ୍ତି ତେବେ ଆଣ୍ଠେଇ ବସିବାକୁ ବାଧ୍ୟ କରୁଛନ୍ତି।
ଅଗଷ୍ଟ ୧୮ ତାରିଖରେ ଏଭଳି ଜୁନିଅରଙ୍କୁ ଡାକି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ତା’ପର ଦିନ ବି ସିନିୟର୍ ଡାକିଥିଲେ ଜେନେରାଲ ବଡି ମିଟିଂ ନାମରେ। କିନ୍ତୁ ଜୁନିୟର୍ ନଯିବାରୁ ହଷ୍ଟେଲରେ ଆସି ଗାଳିଗୁଲଜ କରି ଧମକ ଚମକ ଦେଇଥିଲେ ସିନିୟର୍। ପ୍ରାୟ ୬ରୁ ୭ଜଣ ସିନିୟର୍ ଏଭଳି କରୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ମଦ ପିଇବା ସହ ଡିଜେ ଲଗାଇ ଡ୍ୟାନ୍ସ କରିବା ଫଳରେ ପାଠ ପଢ଼ିବାରେ ଅସୁବିଧା ମଧ୍ୟ ହେଉଛି । ଏନେଇ NMC ରେ ଅଭିଯୋଗ ପରେ ମେଡିକାଲ ଡିନଙ୍କ ନିକଟକୁ ଚିଠି ଆସିଛି ।
ଏମ୍ବିବିଏସ୍ ୨ୟ ବର୍ଷ ଛାତ୍ରଙ୍କୁ ୧ ନଂ ହଷ୍ଟେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) ଆଣ୍ଟି ରାଗିଂ ସେଲ୍ ରେ ଏଭଳି ଅଭିଯୋଗ ହେବା ପରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଅପରାହ୍ନରେ ଡିନଙ୍କ ଅଫିସରେ ଏ ନେଇ ତଦନ୍ତ ହେବ ବୋଲି ରେଜିଷ୍ଟ୍ରାର୍ ସଂଗ୍ରାମ ପଣ୍ଡା କହିଛନ୍ତି ।