କଟକ: ଘୁଞ୍ଚିଲା ଏନଆରଟିଏସ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ସେପ୍ଟେମ୍ବର ୧୦ରେ ହେବାକୁ ଥିଲା। ଏବେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହାକୁ ସେପ୍ଟେମ୍ବର ୧୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ନିର୍ଦ୍ଦାରିତ ତାରିଖରେ NRTS ପରୀକ୍ଷା ସକାଳ ୧୦ରୁ ୧୨ଟା ଯାଏଁ କରାଯିବ। ଏଥିପାଇଁ ଆଡ଼ମିଟ କାର୍ଡ www.bseodisha.ac.in ୱେବସାଇଟରେ ହେବ ଉପଲବ୍ଧ। ଏନେଇ ଆସନ୍ତା ୧୦ ତାରିଖରୁ ଡାଉନଲୋଡ଼ କରି ହେବ ବୋଲି ସୂଚନା ମିଳିଛି।