ରାୟଗଡା : ଖାକିରେ ଲାଗିଲା ଦାଗ । ବ୍ୟବସାୟଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍ ଲୁଟ୍ ମାମଲାରେ ତିନି ହୋମହାର୍ଡ, ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ ହୋଇଛନ୍ତି। ଏହା ସହ ସେମାନଙ୍କ ଠାରୁ ୨ ଲକ୍ଷ ୮୩ ହଜାର ଟଙ୍କା , ୬ ଟି ମୋବାଇଲ ଫୋନ, ଏକ ବୋଲେରୋ ନମ୍ୱର୍ ଓଆର ୦୨ଡିପି ୩୨୫୭ ସହ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି ।
ସୂଚନା ଅନୁଯାୟୀ ରାୟଗଡ଼ା ପୋଲିସ କଲ୍ୟାଣସିଂହପୁର ଓ ବିଷମକଟକ ଥାନାର ତିନି ହୋମଗାର୍ଡ ଇନ୍ଦ୍ରମଣି କରକରିଆ, ତାମନା ପ୍ରାସ୍କା ଓ ଦିଲିପ ଗରଡିଆକୁ ବାନ୍ଧିଛି। ପୋଲିସ୍ ଏମାନଙ୍କ ସମେତ ଆଉ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସେଥିମଧ୍ୟରୁ ଜଣେ ମହିଳା ଅଭିଯୁକ୍ତ ଅଛନ୍ତି । ସୂଚନା ମୁତାବକ ଗତକାଲି ଗଜପତି ଜିଲ୍ଲା ଗାରାବନ୍ଧର ଉମା ରେଡି ନାମକ ଜଣେ ବ୍ଯବସାୟୀ କଳା ହଳଦି କ୍ରୟ କରିବା ପାଇଁ ଆସିଥିଲେ। ତେବେ ରାୟଗଡା ଜିଲ୍ଲା ରାଫକଣା ଛକରେ ବ୍ୟବସାୟୀ ଜଣକୁ ପୋଲିସର ଭୟ ଦେଖାଇଥିଲେ। ପରେ ତାଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ଓ ଏକ ସୁନା ଚେନ୍ ଲୁଟ୍ କରିଥିଲେ। ଏନେଇ ବ୍ୟବସାୟୀ ଉମା ରେଡି ରାୟଗଡ଼ା ଟାଉନଥାନା ରେ ଅଭିଯୋଗ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।