ଭୁବନେଶ୍ୱର: ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ତର୍ଜମା କରାଯିବ କିନ୍ତୁ ଶିକ୍ଷକଙ୍କ ସ୍ୱାର୍ଥକୁ ମଧ୍ୟ ଦେଖାଯିବ । ଅନ୍ୟ ରାଜ୍ୟମାନେ ଏହା ଉପରେ କଣ ନିଷ୍ପତ୍ତି ନେଉଛନ୍ତି ତାକୁ ମଧ୍ୟ ଦେଖାଯିବ । ଅନେକ ଶିକ୍ଷକ ପୂର୍ବରୁ ବିନା ଓଟିଇଟିରେ ଶିକ୍ଷକତା କରୁଛନ୍ତି। କାରଣ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା। ଏବେ ଗାଇଡଲାଇନ ହୋଇଛି। ତେଣୁ କଣ କରାଯାଇପାରିବ ତାହା ଉପରେ ବିଭାଗ ଆଲୋଚନା କରିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସମସ୍ତ ଶିକ୍ଷକଙ୍କ ଟିଇଟି ପରୀକ୍ଷାକୁ ସୁପ୍ରିମକୋର୍ଟ ଗତକାଲି ବାଧ୍ୟତାମୂଳକ କରିଛନ୍ତି । ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତା ମୂଳକ । ଏହା ସହିତ ଯେଉଁମାନେ ଶିକ୍ଷରତା କରୁଛନ୍ତି ସେମାନେ ମଧ୍ୟ ଟିଇଟିରେ ଉତ୍ତୀର୍ଣ୍ଣ ହେବା ଜରୁରୀ । ଯେଉଁମାନଙ୍କର ଚାକିରିର ଅବସର ସମୟ ପାଞ୍ଚ ବର୍ଷରୁ କମ୍ ଥିବା ସେମାନଙ୍କୁ ବାଦ ଦିଆଯିବ । କିନ୍ତୁ ଯେଉଁମାନଙ୍କର ଚାକିରି ଅବସରର ପାଞ୍ଚ ବର୍ଷରୁ ଅଧିକ ଥିବା ସେମାନେ ଟିଇଟି ପରୀକ୍ଷା ଦେବା ବାଧ୍ୟତାମୂଳକ । ନ ହେଲେ ବାଧ୍ୟତାମୂଳକ ଅବସର ନେବେ ।