ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ଜିତି ପୁଣି ଥରେ ସରକାରକୁ ଫେରିବା ପାଇଁ ବିଜେଡ଼ି କରୁଥିବା ଦାବିକୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବୁଡ଼ୁଥିବା ଲୋକର ଗୋଡ଼ ତଳକୁ ତଳକୁ ଯାଏ ବୋଲି କହିଛନ୍ତି ମନ୍ତ୍ରୀ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବିଜେଡି ନିଜ ଦଳକୁ ସଂଗଠିତ କରିବା ପାଇଁ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନର ଡ଼ାକରା ଦେଉଛି । କ୍ଷମତାରୁ ଗଲାପରେ ରାତିରେ ସେମାନଙ୍କୁ ନିଦ ହଉନି । ତାଙ୍କର କେବଳ ଗୋଟିଏ ଚିନ୍ତା ଓ ଲକ୍ଷ୍ୟ ନିର୍ବାଚନ । ସେମାନେ ନିର୍ବାଚନ ଛଡ଼ା ଆଉ କିଛି କାର୍ଯ୍ୟ କରନ୍ତି ନାହିଁ । ସରକାର ରେ ଥିବା ବେଳେ କିଛି କାମ କଲେ ନାହିଁ । ଯେଉଁଥିପାଇଁ ୨୦୨୪ରେ ଲୋକେ ଅସଲ ଚେହେରା ଚିହ୍ନି କି ଉଚିତ ଜବାବ ଦେଲେ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସରକାର ବିରୁଦ୍ଧରେ ଆନ୍ଦୋଳନ କରିବା କଥା କରନ୍ତୁ କିଛି ଆପତ୍ତି ନାହିଁ । ଯାହାର ଆନ୍ଦୋଳନ କରିବାର ଅଛି କରିବ । ମାତ୍ର ଏମିତି କହିହେବାର ଅର୍ଥ କଣ ସମସ୍ତେ ବୁଝୁଛନ୍ତି । ସେମାନେ ନିଜ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କରନ୍ତୁ କିନ୍ତୁ ମୁଁ ଓ ଆମ ସରକାର ଓଡ଼ିଶାବାସୀଙ୍କ ସେବା କରିବା କାର୍ଯ୍ୟରେ ଲାଗିଛୁ ଓ ଲାଗିବୁ । ପାଣିରେ ବୁଡୁଥିବା ଲୋକର ଗୋଡ଼ ତଳକୁ ତଳକୁ ବୋଲି କହିଛନ୍ତି ମନ୍ତ୍ରୀ ।