ପୁରୀ ; ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିରରୁ ବାହାରି ବଡଦାଣ୍ଡରେ କୋଟି କୋଟି ଓଡିଆଙ୍କ ମଉଡମଣି ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ସବୁଠି ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ଆଉ ରଥଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।
ଅକ୍ଷୟତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିବା ବେଳେ ତା ପର ଦିନ ଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଉ ଆଜି ହେଉଛି ରଥ ରଥ ନିର୍ମାଣ କାର୍ଯ୍ୟର ଷଷ୍ଠ ଦିନ। ପୂର୍ବରୁ ତୁମ୍ବରେ ସୂତାବାଡ଼ିଆ କାର୍ଯ୍ୟ ହୋଇଥିଲା । ଆଜିଠାରୁ ରଥଖଳାରେ ରଥର ତୁମ୍ଭରେ ବିନ୍ଧ କାର୍ଯ୍ୟ ଅନୁକୂଳ ହୋଇ ଆରମ୍ଭ ହୋଇଥିବା ଜଣାପଡିଛି ।
ସେପଟେ ଦୋଳବେଦି ସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି। ଆଗେ ଶାଳ ପୂଜା କରାଯାଇ ଲୁହା ରଡ଼ କାଟି ଶାଳରେ ପକାଇ କଣ୍ଟା ତିଆରି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି। ତେବେ ଆଉ ବାକି ଥିବା ତୁମ୍ବ ଗୁଡିକ ଖୁବ ଶୀଘ୍ର ତିଆରି ହୋଇଯିବ ବୋଲି ମୁଖ୍ୟ ବିଶ୍ୱକର୍ମା କହିଛନ୍ତିମୁଖ୍ୟ ବିଶ୍ୱକର୍ମା ।