ଜଗତସିଂହପୁର: ପୁଣି ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନରେ ଭାଙ୍ଗିଲା ତୋରଣ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାରରେ ନିର୍ମାଣ ହୋଇଥିବା ଦୁର୍ଗାପୂଜା ତୋରଣ ଭାଙ୍ଗି ପଡ଼ିଛି । ଫଳରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ବାଲିକୁଦା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଓ ପବନ ହୋଇଛି । ଫଳରେ ତୋରଣ ଭାଙ୍ଗି ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବାଲିକୁଦା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏନେଇ ବାଲିକୁଦା ଥାନା ଓ ଅଗ୍ନିଶମ ବିଭାଗ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । କିଛି ଗାଡ଼ି ମଟର ମଧ୍ୟ ତୋରଣ ତଳେ ଚାପି ହୋଇଯାଇଛି । ତୋରଣ ଭାଙ୍ଗିବା ଦ୍ୱାରା କନ୍ଦରପୁର ମାଛଗାଁ ମୁଖ୍ୟରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ରାସ୍ତାରୁ ତୋରଣକୁ ହଟାଯିବାର ଉଦ୍ୟମ ଜାରି ରହିଛି ।