ଭୁବନେଶ୍ୱର: ଗତକାଲି ସଦୃଶ୍ୟ ଲଘୁଚାପର ରୂପ ନେଇଥିଲା ସକ୍ରିୟ ଲଘୁଚାପ। ଏହା ଉତ୍ତର ଓ ପଶ୍ଚିମ ଆଡକୁ କ୍ରମଶଃ ଗତି କରିବା ସହ ଆଜି ଅବପାତର ରୂପ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅବପାତର ୩ ଘଣ୍ଟା ମଧ୍ୟରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳର ଦେଇ ଏହା ଅତିକ୍ରମ କରିବ କରିବ । ଏହାର ପ୍ରଭାବରେ ଆଜି ଏବଂ କାଲି ବଡ଼ ବର୍ଷା ହେବ ବୋଲି ଆକଳନ କରିଛି ବିଭାଗ ।
ବିଶେଷ କରି ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ୮ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ଏହି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅବପାତରେ ପରିଣତ ହେବା ପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲା ଯଥା;- ମାଲକାନଗିରି, କୋରାପୁଟ, ରାୟଗଡ଼ା ସହ କନ୍ଧମାଳ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ବିଜୁଳି ଘଡ଼ଘଡ଼ି ଏବଂ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିଭଳି ଆଜି ପାଇଁ କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଏବଂ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।