ଫାଟିଲା ପ୍ରେସର କୁକର, ଉଡ଼ିଲା ଛପର। ସ୍କୁଲରେ ମିଡ ଡେ ମିଲ ରୋଷେଇ ଚାଲିଥିବାବେଳେ ହଠାତ ପ୍ରେସର କୁକରଟି ଫାଟିଯାଇଥିଲା। ଆଠଗଡ ବ୍ଲକ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି।
ଏଥିରେ ରୋଷେଇ ଘର ଆଜବେଷ୍ଟସ ଛପର ଉଡ଼ିଯାଇଛି। ଏଥିରେ ଦୁଇଜଣ ମହିଳା ରୋଷେୟା ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ଅଧିକ ପଢନ୍ତୁ: ବିଶ୍ୱର ବିଭିନ୍ନ ଇସଲାମିକ ଦେଶଗୁଡ଼ିକୁ ଦିଲ୍ଲୀରେ ଏକାଠି କରି ମୋଦି ସରକାର କ'ଣ କରିବାକୁ ଯାଉଛି? ଜାଣନ୍ତୁ ଏହାର ଗୁରୁତ୍ୱ