ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା ଗୁରୁବାର ଗୃହରେ କଥାବାର୍ତ୍ତା ହେଉଥିବା କିଛି ସାଂସଦଙ୍କୁ କହିଛନ୍ତି, ଯଦି ଅଧିକ ସମୟ ବାର୍ତ୍ତାଳପ କରିବାର ଅଛି ତେବେ ଗୃହରୁ ବାହାରେ ଯାଇ କରନ୍ତୁ । ପ୍ରଶ୍ନକାଳ ସମୟରେ ବିର୍ଲା କହିଛନ୍ତି, ଦେଖୁଛି କିଛି ସଦସ୍ୟ ଲଗାତାର ପରସ୍ପର ସହ କଥା ହେଉଛନ୍ତି । ଏହା ଗୃହ କାର୍ଯ୍ୟରେ ଖରାପ ପରମ୍ପରା ସୃଷ୍ଟି କରୁଛି ।
ବିର୍ଲା ଏହା ମଧ୍ୟ କହିଛନ୍ତି, ଏହି ଧରଣର ବ୍ୟବହାର ଗୃହର ମର୍ଯ୍ୟାଦା ଓ ଗରିମା ବିରୁଦ୍ଧ ଅଟେ । ଯେଉଁ ସଦସ୍ୟଙ୍କୁ ଲମ୍ବା ସମୟ କଥା ହେବାର ଅଛି ସେମାନେ ସଦନ ବାହାରକୁ ଯାଇ ବାର୍ତ୍ତାଳପ କରି ପାରିବେ । ଗୃହରେ କେବଳ ସଂକ୍ଷିପ୍ତ କଥାବାର୍ତ୍ତା କରି ପାରିବେ । କିନ୍ତୁ ଲମ୍ବା ବାର୍ତ୍ତାଳପ ପାଇଁ ଅନୁମତି ନାହିଁ । କାରଣ ଏମିତିରେ ଗୃହର ସମୟ ନଷ୍ଟ ହେଉଛି । ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।
ବିର୍ଲା କଂଗ୍ରେସ ସାଂସଦ କେସି ବେଣୁଗୋପାଳଙ୍କ ନାଁ ଧରି କହିଛନ୍ତି, ସେ ନିଜର ସାଥୀ ସାଂସଦଙ୍କ ସହ କଥା ହୋଇ ପାରିବେ ନାହିଁ । ଏହା ପୂର୍ବରୁ ପ୍ରଶ୍ନକାଳରେ ବିର୍ଲା କହିଛନ୍ତି, ଏବେ ସେ ପ୍ରୟାସ କରିବେ ଯେ, ପ୍ରଶ୍ନକାଳରେ ସୂଚୀବଦ୍ଧ ସମସ୍ତ ୨୦ ପ୍ରଶ୍ନ ପଚରା ଯାଇ ପାରିବ । ତେଣୁ ଚେଷ୍ଟା କରିବା ଏହି ସମୟରେ ସାଂସଦମାନେ କଥାବର୍ତ୍ତା ନ ହୋଇ ପ୍ରଶ୍ନକାଳକୁ ସୂଚାରୁ ରୂପେ ଆଗକୁ ନେବେ ।
Also read: ସୁପ୍ରିମକୋର୍ଟଙ୍କ ଚେତାବନୀ: ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ, ମାଗଣାରେ ସାନିଟାରୀ ପ୍ୟାଡ୍ ନ ଦେଲେ ମାନ୍ୟତା ରଦ୍ଦ