ନୂଆଦିଲ୍ଲୀ: ବିଶ୍ଵର ସର୍ବଶ୍ରେଷ୍ଠ ବ୍ୟାଟର ତଥା କ୍ରିକେଟର ଭଗବାନ ଭାବରେ ପରିଚିତ ସଚିନ ତେନ୍ଦୁଲକର ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ଏହା ସତ୍ତ୍ଵେ, ସଚିନଙ୍କ ଏବେ ବି ଅନେକ ବିଶ୍ଵ ଅତୁଟ ରହିଛି। ୨୦୧୧ ଦିନିକିଆ ବିଶ୍ୱକପ୍ ବିଜୟ ପାଇଁ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ସଚିନ ୧୯୯୦ ଏବଂ ୨୦୦୦ ଦଶକରେ ଭାରତକୁ ଏକ ଶକ୍ତିଶାଳୀ ଦିନିକିଆ ଦଳ ଭାବେ ଗଢିବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ। ସେ ୨୦୧୨ ମାର୍ଚ୍ଚ ୧୮ରେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ନିଜର ଶେଷ ଦିନିକିଆା ଖେଳିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୨ ଡିସେମ୍ବର ୨୨ରେ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ।
ସନ୍ଦୀପ ପାଟିଲ କଲେ ବଡ଼ ଖୁଲାସା
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସନ୍ଦୀପ ପାଟିଲ, ସଚିନଙ୍କ ଦିନିକିଆ କ୍ରିକେଟରୁ ଅବସର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। "ମାଷ୍ଟର ବ୍ଲାଷ୍ଟର" ୨୦୧୩ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ବିସିସିଆଇ ସଚିନଙ୍କୁ ପୂର୍ବରୁ ଜଣାଇ ଦେଇଥିଲା ଯେ ଏହା ତାଙ୍କ ବିକଳ୍ପର ସନ୍ଧାନରେ ରହିଛି। ୨୦୧୨ରେ, ସଚିନ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ ଏବଂ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ମଧ୍ୟ ବନ୍ଦ କରିଦେଇଥିଲେ। ସେତେବେଳେ ସଚିନ କେବଳ ଟେଷ୍ଟ କ୍ରିକେଟ୍ ଖେଳୁଥିଲେ।
ପାଟିଲ ସଚିନଙ୍କୁ ଫୋନ୍ କରିବା ସମୟରେ କ’ଣ ପଚାରିଥିଲେ?
ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସନ୍ଦୀପ ପାଟିଲ ସଚିନଙ୍କୁ ଫୋନ୍ କରି ପଚାରିଲେ, "ତୁମର ଯୋଜନା କ’ଣ?" ସଚିନ ଉତ୍ତରରେ ପଚାରିଥିଲେ, ଏମିତି କାହିଁକି ପଚାରୁଛ? ପାଟିଲ ବୁଝାଇଲେ ଯେ ଚୟନ କମିଟି ତାଙ୍କ ବିକଳ୍ପ ଖେଳାଳି ଖୋଜୁଛନ୍ତି। ଏହା ଶୁଣି ସଚିନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ପୁଣି ଫୋନ୍ କରି ପଚାରିଲେ, "ତୁମେ ଏ ବିଷୟକୁ ନେଇ ଗମ୍ଭୀର କି ?" ପାଟିଲ କହିଲେ, "ହଁ।"
ଏକ ସାକ୍ଷାତକାରରେ ପାଟିଲ କହିଥିଲେ, "ଚୟନକର୍ତ୍ତାମାନେ ଜଣେ ଖେଳାଳିଙ୍କୁ ଛାଡ଼ି ଦେଇପାରିବେ, କିନ୍ତୁ ସେମାନେ ତାଙ୍କ କ୍ୟାରିଅର ଶେଷ ହୋଇଗଲା ବୋଲି କହିପାରିବେ ନାହିଁ। ଆମେ ସଚିନଙ୍କୁ ତାଙ୍କ ଯୋଜନା ବିଷୟରେ ପଚାରିଥିଲୁ। ସେ କହିଥିଲେ ଯେ ସେ ଖେଳିବାକୁ ଚାହାଁନ୍ତି। ଆମେ ସେ ସମୟରେ କହିଥିଲୁ ଠିକ୍ ଅଛି।