ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଆଗାମୀ ୮ ରୁ ୯ ତାରିଖ ପର୍ଯ୍ୟନ୍ତ ପାଗରେ କୈାଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ଏନେଇ ୩ ଜିଲ୍ଲା କୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଏହାର ପ୍ରଭାବରେ କିଛି ସ୍ଥାନରେ କୁଆପଥର ମାଡ ହେବା ସହିତ ୫୦ ରୁ ୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି ।
ତେବେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ଆଜି ପ୍ରବଳ ବର୍ଷା ହୋଇପାରେ । ଏହାସହ ରାଜ୍ୟରେ ଆହୁରି ୩ଦିନ କାଳବୈଶାଖୀ ସମ୍ଭାବନା ରହିଛି । ସେହିଭଳି ୪ ଓ ୫ ତାରିଖରେ କିଛିକିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହୋଇପାରେ ଆଂଚଳିକ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଉଛି ।