ବ୍ରହ୍ମପୁର ଗିରି ରୋଡ୍ ବର୍ବରତା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି । ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶର ସାହୁର ସାନ ଭାଇ ଆଶିଷ କୁମାର ସାହୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ନିକଟରେ ଗୁରୁବାର ଆତ୍ମସମର୍ପଣ କରିଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନିକଟସ୍ଥ ଟାମଣା ଘାଟିରେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଏନକାଉଣ୍ଟର ହୋଇଛି।
ଉଲ୍ଲେଖ ଯୋଗ୍ୟ, ଗତ ୧୮ ତାରିଖ ରାତିରେ ଉମେଶ ନାମକ ଜଣେ ବ୍ୟକ୍ତିଙ୍କୁ ଅତି ଅମାନୁଷିକ ଭାବରେ ରାସ୍ତାରେ ମଝିରେ ମାଡ଼ ମରାଯାଇଥିଲା । ଉମେଶଙ୍କ ସହିତ ଥିବା ତାଙ୍କ ବାନ୍ଧବୀ ଅଟକାଇବାକୁ ଯାଇ ସିଏ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ମାମଲାରେ ମୋଟ ତିନି ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଗତକାଲି ରାତିରେ ପୋଲିସ ଏନକାଉଣ୍ଟର କରିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତରେ ପୋଲିସ ସହ ମୁହାଁମୁହିଁ ହେବା ପରେ ଅଭିଯୁକ୍ତ ମୁକେଶ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଏନକାଉଣ୍ଟର କରିଛି ।