ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଣେ ବି ବ୍ୟକ୍ତି ଯେପରି ଜଳ ନ କଷ୍ଟ ପାଆନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମ ରେ ୨୦ ହଜାର ୮୩୭ ଗାଁକୁ ଜଳ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
ପଞ୍ଚାୟତିରାଜ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରୀଷ୍ମ ପ୍ରବାହରେ ଲୋକଙ୍କୁ ପାଣି ଦେବା ପାଇଁ କଣ କଣ ବ୍ୟବସ୍ଥା କରାଯାଇଛି ତାହାର ହିସାବ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ୨୦ ହଜାର ୮୩୭ ଗାଁକୁ ପାଣି ଯୋଗାଇ ଦିଆଯାଉଛି । ୨୦୭ ପ୍ରୋଜେକ୍ଟ ମାଧ୍ୟମରେ ୩୨ ହଜାର ୨୩୨ ଟି ଗାଁକୁ ପାଣି ଦେଉଛି ବିଭାଗ । ୩୩ ଟି ପ୍ରୋଜେକ୍ଟ ମାଧ୍ୟମ ରେ ୬୯୪୩ ଗାଁ କୁ ପାଣି ଦେଉଛୁ । ସେପ୍ଟେମ୍ବର ସୁଦ୍ଧା ୮୨ ଟି ପ୍ରୋଜେକ୍ଟ ସରିବ । ୨୭ ହଜାର ୮୩୭ ଟି ନଳକୂପ ୨୦୨୪ ରେ କାର୍ୟ୍ୟକାରୀ ହୋଇଛି ଏବର୍ଷ ୧୦ ହଜାର ନଳକୂଳ କାର୍ୟ୍ୟକାରୀ ହୋଇଛି । ଯେଉଁଠି ପାଣି ବିଭିନ୍ନ କାରଣ ରୁ ପଂହଁଚି ପାରୁନି ୬୩୫ ଟି ଟେଙ୍କର ଦ୍ୱାରା ପାଣି ଦିଆଯାଉଛି । ୮୨୮୧ ଟି ଜଳ ଛତ୍ର ଦ୍ୱାରା ପାଣି ଦିଆଯାଉଛି । ଯେଉଁଠି ପାଣି ସମସ୍ୟା ହେଲେ ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କଲେ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।