ଏସ୍‌ଏସ୍‌ସି ପରିକ୍ଷାରେ ଟପ୍ପର ହେଲେ ଓଡିଶାର ରୋଶନ ଜେନା
Khabar Odisha:odisha-student-roshan-jena-topper-in-all-india-ssc-assistant-auditor-exam

ଭୁବନେଶ୍ୱର,୮ଏପ୍ରିଲ୯ଖବର ଓଡିଶା); ଏସ୍‌ଏସ୍‌ସିର ଆସିଷ୍ଟାଣ୍ଟ ଅଡିଟ ଅଫିସର ପରିକ୍ଷାରେ ୧୩ ଲକ୍ଷ ପରିକ୍ଷାର୍ଥୀଙ୍କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣିର ରୋଶନ ଜେନା । ରୋଶନ କହିଛନ୍ତି ମନରେ ବିଶ୍ୱାସ ଆଉ କର୍ତ୍ତବ୍ୟ ପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ । ତେବେ ସେ ଭବିସ୍ୟତରେ ଜଣେ ଭାରତୀୟ ପ୍ରସାଶନିକ ସେବା ଅଧିକାରି ହେବାକୁ ଲକ୍ଷ୍ୟ ରଖୀଛନ୍ତି ।

ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ରୋଶନ ଜେନା, ଜଟଣୀ ରେଳବାଇ କଲୋନୀର ଭୀମସେନ ଓ ସବିତା ଜେନାଙ୍କ ବଡ ପୁଅ । ଏସଏସସି ପରୀକ୍ଷାର ଆସିଷ୍ଟାଂଟ ଆଡିଟ ଅଫିସର ପରୀକ୍ଷାରେ ଜାତୀୟ ସ୍ତରରେ ଟପ୍ପର ହୋଇଥିବା ରୋଶନଙ୍କୁ ପାଖକୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି ।

  • Tags:

Subscribe

National International State Sports Entertainment