ଭୁବନେଶ୍ୱର: ହାଇଦ୍ରାବାଦ ପରେ ପଶ୍ଚିମବଙ୍ଗ କୋଲକାତାରେ ହେବ ନିବେଶକ ସମ୍ମିଳନୀ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବିଭାଗୀୟ ସଚିବ ମଧ୍ୟ ଯୋଗ ଦେବେ । ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଯିବେ ବୋଲି ସୂଚନା ଦେଇଛନ୍ତି ।
ଆସନ୍ତାକାଲିଠାରୁ ପଶ୍ଚିମବଙ୍ଗରେ ନିବେଶକ ସମ୍ମିଳନୀ ଆରମ୍ଭ ହେବ । ଏହା ତିନି ଦିନ ଧରି ଚାଲିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରିବେ । ଶିଳ୍ପ ମନ୍ତ୍ରୀ, ସଚିବ ଏବଂ ମୁଖ୍ୟ ଶାସନ ସଚିବ ସାମିଲ ହେବେ । ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ ।
ନିକଟରେ ହାଇଦ୍ରାବାଦରେ ମଧ୍ୟ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାକୁ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ମିଳିଥିଲା ।