ଭୁବନେଶ୍ୱର: ନ୍ୟାସନାଲ ହେରାଲ୍ଡ ମାମଲାରେ ତାତି ଓଡ଼ିଶାରେ ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସ ବୁଧବାର ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟାଳୟ ଘେରିବାକୁ ଚେଷ୍ଟା କରିଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ବିଜେପି କାର୍ଯ୍ୟାଳୟ ଘେରିବାକୁ ଉଦ୍ୟମ କରିଛନ୍ତି ।
ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ କଂଗ୍ରେସ ବିଜେପି ଉପରେ ଦୋଷ ଲଦିଛି । ଇଡି ଏବଂ ସିବିଆଇକୁ ମୋହରା କରି ବିଜେପି ୧୨ ବର୍ଷ ଧରି ଏକ ଭିତ୍ତିହୀନ ମାମଲାକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ତାଙ୍କ ଛବିକୁ ମଳିନ କରିବା ପ୍ରଚେଷ୍ଟାରେ ଆଜି ବିଫଳ ହୋଇଥିବା କଂଗ୍ରେସ କହିଛି । ପିସିସି ସଭାପତିଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀମାନେ ବିଜେପି କାର୍ଯ୍ୟାଳୟ ଘେରିବାକୁ ଉଦ୍ୟମ କରିଥିଲେ । ମାତ୍ର ପୋଲିସ ସେମାନଙ୍କୁ ଅଧାବାଟରେ ଅଟକାଇଛି । ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସମେତ କିଛି ନେତାଙ୍କୁ ଉଠାଇ ନେଇଛି ।
ଅଧିକ ପଢ଼ନ୍ତୁ- କଲାମ ନୁହେଁ ବାଜପେୟୀଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଥିଲା ବିଜେପି, କିନ୍ତୁ...