ସମ୍ବଲପୁର : ବେକାରୀ ସମସ୍ୟାର ବିକଳ ଚିତ୍ର ଦେଖିବାକୁ ମିଳିଛି । ହୋମଗାର୍ଡ ପାଇଁ ପରୀକ୍ଷା ଦେଇଛନ୍ତି ବି-ଟେକ ଓ ଏମ-ଟେକ ଡିଗ୍ରୀଧାରୀ ପିଲା । ୧୮୭ ପଦବୀ ପାଇଁ ଆବେଦନ କରିଛନ୍ତି ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ।କେବଳ ଏତିକି ନୁହଁ ଖୋଲା ଆକାଶ ତଳେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଏପରି ଏକ ଅଭାବନୀୟ ଦୃଶ୍ୟ ସମ୍ବଲପୁରରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ସମ୍ବଲପୁର ସହରର ଜମାଦାର ପାଲି ଏୟାର ଷ୍ଟ୍ରିପ ଫିଲ୍ଡରେ ଆୟୋଜିତ ହୋମଗାର୍ଡ ପରୀକ୍ଷାରେ ନିଯୁକ୍ତି ଆଶାୟୀ ଖୋଲା ଆକାଶ ତଳେ ପରୀକ୍ଷା ଦେଇଛନ୍ତି । ମାତ୍ର ୧୮୭ଟି ପଦ ପାଇଁ ଆସିଥିଲେ ୮ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ । ଏମାନେ ସମସ୍ତେ ହୋମଗାର୍ଡ ପାଇଁ ଶୀତ କାକରରେ ଖୋଲା ଆକାଶ ତଳେ ବସି ପରୀକ୍ଷା ଦେଇଛନ୍ତି । ସରକାରୀ ଚାକିରୀ ଯେ କେତେ ଲୋଡା ଏବେ ଏହି ପ୍ରସଙ୍କ ସାରା ରାଜ୍ଯରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।