ଆଜି ସାରା ରାଜ୍ୟରେ ଚାଲିଛି ଓଟିଇଟି ପରୀକ୍ଷା। ୪୫୨ଟି କେନ୍ଦ୍ରରେ କରାଯାଉଛି ପରୀକ୍ଷା। ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି। ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨ ହଜାର ୯୭୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ସମସ୍ତ ୪୫୨ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରୀକ୍ଷାକୁ ଏଆଇ କ୍ୟାମେରା ଦ୍ଵାରା ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।
ଓଟିଇଟି ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ ଟାରେ ଶେଷ ହୋଇଥିବାବେଳେ, ଓଟିଇଟି ଦ୍ୱିତୀୟ ପେପର ପରୀକ୍ଷା ଦିନ ସାଢେ ୧ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଉଭୟ ପେପରରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ୫୦ ମିନିଟର ଅଧିକ ସମୟ ପ୍ରଦାନ କରାଯିବ।
ଅଧିକ ପଢନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ନୀତି, ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ