ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଇଣ୍ଡିଗୋ ଏବଂ ଡିଜିସିଏ ବିରୋଧରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଆବେଦନରେ ବିମାନ ଯାତ୍ରୀଙ୍କୁ ଚାରି ଗୁଣା କ୍ଷତିପୂରଣ ଦେବାକୁ ଦାବି କରାଯାଇଥିଲା ।
ହାଇକୋର୍ଟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ବିଚାରପତି ତୁଷାର ରାଓ ଗାଡ଼େଲାଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଆବେଦନରେ ଡିଜିସିଏର ଉତ୍ତରଦାୟିତ୍ୱ ଏବଂ ସିଷ୍ଟମିକ୍ ପରିବର୍ତ୍ତନ ପାଇଁ ଦାବି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଡିଜିସିଏ ନିଜ କର୍ତ୍ତବ୍ୟରେ ବିଫଳ ହୋଇଛି । ତେଣୁ ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଲୋକପାଳ ଅବହେଳା ଏବଂ ସଙ୍କଟ ବଢ଼ାଇବାରେ ଡିଜିସିଏର ଭୂମିକା ଉପରେ ତଦନ୍ତ କରିବା ଉଚିତ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରାଗ ଗୁପ୍ତା ମାମଲା ପରିଚାଳନା କରୁଥିବାବେଳେ ଏଏସଜି ଚେତନ ଶର୍ମା କେନ୍ଦ୍ର ସରକାର ଏବଂ ଡିଜିସିଏ ପକ୍ଷରୁ ପକ୍ଷ ରଖିଥିଲେ ।