ନୂଆଦିଲ୍ଲୀ: ସଂପ୍ରତି ଇଥିଓପିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀଙ୍କ ଦ୍ୱାରା ଆୟୋଜିତ ଭୋଜନ ସମାରୋହରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଭାବୁକ କ୍ଷଣ ଦେଖିବାକୁ ମିଳିଛି । ଇଥିଓପିଆର ଗାୟକ ଟିମ୍ ବନ୍ଦେ ମାତରମ ପ୍ରସ୍ତୁତ କରି ମାହୋଲକୁ ପୂରା ଭାବୁକ କରି ଦେଇଥିଲେ । ବିଦେଶୀ ମାଟିରେ ଭାରତର ଜାତୀୟ ଗୀତ ଗୁଞ୍ଜି ଉଠିବା ସେଠାରେ ଉପସ୍ଥିତ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ ଉତ୍ସାହିତ ନଜର ଆସିଥିଲେ । ସେ ତାଳି ମାରି ଗାୟକଙ୍କ ଉତ୍ସାହ ବଢାଇଥିଲେ ।
ପିଏମ ମୋଦୀ ଏହି ଭିଡିଓକୁ ସେୟାର କର ଲେଖିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ ଇଥିଓପିଆର ଗାୟକମାନେ ବନ୍ଦେ ମାତରମର ଏକ ଚମତ୍କାର ପ୍ରସ୍ତୁତି ଦେଇଥିଲେ । ଏହା ଆମ ପାଇଁ ବହୁତ ଭାବୁକ କ୍ଷଣ ଥିଲା । ପୁଣି ସେହି ସମୟରେ ଏହି ଗୀତ ବିଦେଶ ମାଟିରେ ଗୁଞ୍ଜି ଉଠିଛି ଯେତେବେଳେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ ହେଉଛି ।
ଏଥିପାଇଁ ଅନେକ ଆୟୋଜନ କରାଯାଉଛି । ସଂସଦର ଶୀତକାଳୀନ ଅଧିବେଶନ ସମୟରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ, ‘ଗ୍ରେଟ୍ ଅନର ନିଶାନ’ରେ ପ୍ରଦାନ କରାଯାଇଛି। ଇଥିଓପିଆର ଏହି ପୁରସ୍କାର ସହିତ, ପ୍ରଧାନମନ୍ତ୍ରୀ ମୋଦୀ ଏବେ ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୨୮ଟି ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଛନ୍ତି।
ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ୧୪୦ କୋଟି ଭାରତୀୟବାସୀପାଇଁ ଏକ ସମ୍ମାନ। ମୁଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ଅତ୍ୟନ୍ତ ନମ୍ରତା ଏବଂ କୃତଜ୍ଞତାର ସହିତ ଏହି ସମ୍ମାନ ଗ୍ରହଣ କରୁଛି। ଏହି ସମ୍ମାନ ଆମ ସହଭାଗୀତାକୁ ଗଢ଼ି ତୋଳିଥିବା ଅଗଣିତ ଭାରତୀୟଙ୍କର। ମୋତେ ଏହି ଦେଶର ସର୍ବୋଚ୍ଚ ସମ୍ମାନ ଇଥିଓପିଆର ମହାନ ସମ୍ମାନ ନିଶାନ ପ୍ରଦାନ କରାଯାଇଛି। ବିଶ୍ୱର ସବୁଠାରୁ ପ୍ରାଚୀନ ଏବଂ ସମୃଦ୍ଧ ସଭ୍ୟତା ମଧ୍ୟରୁ ଗୋଟିଏ ଦେଶ ଦ୍ୱାରା ସମ୍ମାନିତ ହେବା ମୋ ପାଇଁ ବଡ଼ ଗର୍ବର ବିଷୟ।
Also read: ଶ୍ୱାସରୁଦ୍ଧ ବାୟୁ: GRAP-4 କଟକଣା ମଧ୍ୟରେ ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣ ଗୁରୁତର