ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି । ଭାରତୀୟ ରେଳ ବିଭାଗ ଏଣିକି ୧୦ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ କରିବ । ଫଳରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଟିକେଟ୍ ଷ୍ଟାଟସ୍ ଅର୍ଥାତ୍ ୱେଟିଂ କିମ୍ବା ରିଜର୍ଭେସନରେ ଅଛି ତାହା ଯଥେଷ୍ଟ ପୂର୍ବରୁ ସୂଚନା ପାଇ ପାରିବେ । ପୂର୍ବରୁ ମାତ୍ର ୪ ଘଣ୍ଟା ପୂର୍ବରୁ ଟ୍ରେନ୍ ଟିକେଟ୍ ଚାର୍ଟ ପ୍ରସ୍ତୁତ କରାଯାଉଥିଲା ।
ରେଳ ବିଭାଗ ଚାର୍ଟ ପ୍ରସ୍ତୁତ କରିବା ସମୟରେ ପରିବର୍ତ୍ତନ କରିଛି । ସକାଳ ୫.୦୦ ଟାରୁ ଅପରାହ୍ନ ୨.୦୦ଟା ମଧ୍ୟରେ ଛାଡ଼ିବାକୁ ଥିବା ଟ୍ରେନର ରିଜର୍ଭେସନ୍ ଟାର୍ଟ ପୂର୍ବ ଦିନ ରାତି ୮ଟାରେ ପ୍ରସ୍ତୁତ କରାଯିବ । ସେହିପରି ଅପରାହ୍ନ ୨.୦୧ରୁ ରାତି ୧୧.୫୯ ଏବଂ ରାତି ୧୨.୦୦ରୁ ସକାଳ ୫.୦୦ରେ ଯାତ୍ରା କରିବାକୁ ଟ୍ରେନ୍ ଗୁଡ଼ିକର ପ୍ରଥମ ଚାର୍ଟ ୧୦ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯିବ । ପୂର୍ବରୁ ୪ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଦୂରରୁ ଆସୁଥିବା ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଶେଷ ମୁହୂର୍ତ୍ତରେ ଟିକେଟ୍ କନର୍ଫମ୍ କିମ୍ବା ଆରଏସିରେ ଅଛି ନାହିଁ ଜାଣୁଥିଲେ ।
ଯାତ୍ରୀଙ୍କ ସୁବିଧା ପାଇଁ ରେଳ ପରିଷଦ ପ୍ରଥମ ଥର ପାଇଁ ଚାର୍ଟ ପ୍ରସ୍ତୁତ କରିବା ସମୟରେ ପରିବର୍ତ୍ତନ କରିଛି । ବିଶେଷ କରି ସେହି ଯାତ୍ରୀଙ୍କ ପାଇଁ ଯେଉଁମାନେ ବହୁତ ଦୂରରୁ ଷ୍ଟେସନକୁ ଆସନ୍ତି । ଏହା ଦ୍ୱାରା ସେମାନେ ସମୟ ଅନୁସାରେ ଯୋଜନା ପ୍ରସ୍ତୁତ କରି ଷ୍ଟେସନରେ ପହଁଚିପାରିବେ । ଏଥିପାଇଁ ସମସ୍ତ ଜୋନାଲ ରେଳ ଡିଭିଜନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।