କୋରାପୁଟରେ ଅଘଟଣ। ସୂଚନା ଫଳକ ପଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି। କୋରାପୁଟର ଡାମଣହାଣ୍ଡି ପଞ୍ଚାୟତ ସରକାରୀ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ଗାନ୍ଧୀନଗରଠାରେ ଘଟିଛି ଏହି ଦୁଃଖଦ ଘଟଣା। ସୂଚନା ମୁତାବିକ ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ଉପରେ ବିଦ୍ୟାଳୟର ସୂଚନାଫଳକ ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ଗୁମୁଡା ପଞ୍ଚାୟତ ସୁଉନିଗୁଡା ଗ୍ରାମର ପ୍ରେମାନନ୍ଦ ଭତ୍ରା।
ବିଦ୍ୟାଳୟର କତୃପକ୍ଷଙ୍କ କହିବା ମୁତାବିକ, ଛାତ୍ରଟି ସକାଳେ ବ୍ରସ୍ କରୁଥିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡ଼ିଯାଇଥିଲା। ଫଳରେ ଜଣେ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇ ଜୟପୁର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ଏହି ଘଟଣା ପରେ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଛି।
ଘଟଣା ପରେ, କୋଟପାଡ ପୋଲିସ ଷ୍ଟେସନର ପୋଲିସ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସରକାରୀ ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ, ବିଶେଷକରି ଛୋଟ ପିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଥିବା ଭିତ୍ତିଭୂମି ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଅନ୍ୟପଟେ ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦାମାନେ ଘଟନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରି ତଦନ୍ତଦାବି କରିଛନ୍ତି।
ଅଧିକ ପଢନ୍ତୁ: ଅନ୍ଧବିଶ୍ୱାସ ପାଇଁ ଉଜୁଡ଼ିଗଲା ପରିବାର; ଗୁଣିଆ ଖୋଲିଥିବା ଗାତରେ ପଡ଼ି ଅକାଳରେ ଚାଲିଗଲା ଜୀବନ