ବରଗଡ଼: ନିଖୋଜର ୪ ଦିନ ପରେ ମିଳିଲା ରାଉରକେଲା ଏନଆଇଟି ଛାତ୍ରଙ୍କ ମୃତଦେହ। ସୁନ୍ଦରଗଡ଼ ସବଡେଗା ବଇସନବାହାଲ ବାଲିଘାଟ ନିକଟରୁ ଦୀପେଶ ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି।
ରାଉରକେଲା ଏନଆଇଟିରେ ଗଣିତ ବିଭାଗରେ ପିଏଚଡି କରୁଥିଲେ ଦୀପେଶ। ଗତ ଶନିବାର ଦିନ ଅପରାହ୍ନରେ ଇବ ନଦୀର ପଥର ଶଯ୍ୟା କାହ୍ନାକୁଣ୍ଡରେ ଗାଧୋଉଥିବା ବେଳେ ସେ ପାଣି ସୁଅରେ ଭାସିଯାଇଥିଲେ। ସାଙ୍ଗ ମାନଙ୍କ ନଦୀରେ ଗାଧୋଉଥିବା ସମୟରେ ବୁଡ଼ି ଯାଇ ସେ ନିଖୋଜ ହୋଇଯାଇଥିଲେ। ମୋଟ ୫ଜଣ ସାଙ୍ଗ ମିଶି ପିକନିକ୍ ପାଇଁ ଆସିଥିଲେ ବରଗଡ଼ ଅଞ୍ଚଳର ଦୀପେଶ ପ୍ରଧାନ।
ଶନିବାର ଅପରାହଣରେ ଘଟିଥିଲା ଅଘଟଣ। ସର୍ଚ୍ଚ ଅପରେସନ ପରେ ତାଙ୍କ ପତ୍ତା ମିଳୁନଥିଲା। ଅଗ୍ନିଶମ ବାହିନୀ ସହ ଝାରସୁଗୁଡା ଓ ରାଉରକେଲାରୁ ଓଡ୍ରାଫ ଟିମ ମିଶି ସର୍ଚ୍ଚ ଅପରେସନ ଚଳାଇଥିଲା। ଶେଷରେ ନିଖୋଜର ୪ ଦିନ ପରେ ସବଡେଗା ବଇସନବାହାଲ ବାଲିଘାଟ ନିକଟରୁ ଆଜି ଦୀପେଶଙ୍କ ମୃତଦେହ ଉଦ୍ଧାର ହୋଇଛି।
ଅଧିକ ପଢନ୍ତୁ: କୋରାପୁଟରେ ଅଘଟଣ; ସୂଚନା ଫଳକ ପଡି ଚାଲିଗଲା ଛାତ୍ରର ଜୀବନ, ସ୍କୁଲରେ ଉତ୍ତେଜନା