ପୁରୀ : ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ । ସୋସିଆଲ ମିଡିଆରେ ଆଶୀର୍ବାଦ 945 ଆଇଡିରୁ ଫଟୋ ଭାଇରାଲ ହୋଇଛି । ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଖିବାକୁ ମିଳିଛି । ଅତି ନିକଟରୁ ମହାପ୍ରଭୁଙ୍କ ଫଟୋ ଉଠାଇଛନ୍ତି ଜଣେ ବ୍ୟକ୍ତି । ଶ୍ରୀମନ୍ଦିର ଭିରତ ଫଟୋ ସହ ବାହାରେ ନିଜ ଫଟୋ ଉଠାଇ ଅପଲୋଡ୍ କରିଛନ୍ତି । କଡା ସୁରକ୍ଷା ସତ୍ତ୍ୱେ କିପରି ମୋବାଇଲ ଭିତରକୁ ନେଇ ଫଟୋ ଉଠାଯାଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।