ଭୁବନେଶ୍ୱର: ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ନିର୍ବାହୀ ଯନ୍ତ୍ରୀ ତଥା କୋରାପୁଟ ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମରା କିସ୍ପଟ୍ଟାଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି । ଯନ୍ତ୍ରୀଙ୍କର କୋରାପୁଟ, ସୁନ୍ଦରଗଡ଼, ବଲାଙ୍ଗିର ଏବଂ ଭୁବନେଶ୍ୱରରେ ୬ଟି ଠିକଣାରେ ଏକକାଳୀନ ଯାଞ୍ଚ ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁସାରେ କୋରାପୁଟ ଟିକ୍ରା ସାହିରେ ଥିବା ଭଡ଼ ଘର, କୋରାପୁଟ ଟାଉନରେ ଥିବା ୪ ମହଲା ବିଶିଷ୍ଟ ସପିଂ କମ୍ଲେକ୍ସ, ନିର୍ମାଣଧୀନ କୋଠା, ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଲାଟେଇମୁଣ୍ଡାରେ ଥିବା ପୈତୃକ ଘର ଓ ନିର୍ମାଣଧୀନ ତିନି ମହଲା କୋଠା, ଭୁବନେଶ୍ୱର ଓ ବଲାଙ୍ଗିରରେ ଥିବା ବାସଭବନ ଏବଂ କାର୍ୟ୍ୟାଳୟରେ ଚଢ଼ଉ ହେଉଛି ।
ଏଥିରେ ଭିଜିଲାନ୍ସ ବିଭାଗର ୬ ଜଣ ଡିଏସପି, ୮ ଇନସ୍ପେକ୍ଟର, ୭ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଅଛନ୍ତି ।