ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ, ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ଭୁବନେଶ୍ୱର, ଜାନୁଆରୀ ୦୧(ଖବର ଓଡିଶା): Share story: ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ପ୍ରମାଣିକ ତଥ୍ୟ ନାହିଁ । ଆମ ରାଜ୍ୟରେ ସଂକ୍ରମଣ ବଢୁଛି ସେନେଇ ଆମକୁ ସତର୍କ ରହିବାକୁ ପଡିବ । ତେବେ ଓମିକ୍ରନ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାରେ ମେଡିକାଲ ହବ ହୋଇଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି । ଥଣ୍ଡା, ଜ୍ୱର, କାଶ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ । ଏହାସହିତ ପଜିଟିଭ୍ ହେଲେ ଜିନମ୍ ସିକ୍ୟୁଏନ୍ସିଂ କରାଯାଉଛି । ସେହିପରି ଦେଶ ତୁଳନାରେ ଆମ ରାଜ୍ୟରେ ପଜିଟିଭ ହାର କମ ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେହିପରି ଗୋଷ୍ଠୀ ସଂକ୍ରମଣ ହେଉ କି ନହେଉ କୋଭିଡ ସଂକ୍ରମଣ ରହିଛି । ଭାଇରସ ରହିଛି ମାନେ କେସ ବଢିବ । ସବୁଠାରୁ ବଡ କଥା ହେଲା ସଂକ୍ରମଣକୁ ରୋକିବାକୁ ପଡିବ । ସଂକ୍ରମଣକୁ ଟିକା ହିଁ ରୋକି ପାରିବ । ଆଜିର ଦିନରେ ସମସ୍ତଙ୍କୁ ଅନୁରୋଧ କରୁଛୁ । ସମସ୍ତେ କୋଭିଡ ନିୟମ ମାନନ୍ତୁ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ । ଖବର ଓଡ଼ିଶା, Reporter, 01/01/2022