ନୟାଗଡ: ସୋମବାର ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ତୋରିଗାଡିଆ ନିକଟରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ପୋଲ ତଳକୁ ଏକ ବାଇକ ଖସିପଡିଛି । ଯାହା ଫଳରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ଦୁଇ ଜଣ ଧଝୋଲା ଗ୍ରାମର ଫକୀର ନାୟକ ଏବଂ ରାଜେନ୍ଦ୍ର ନାୟକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ଦୁଇଜଣ ସାଙ୍ଗ କୌଣସି କାମରେ ବାହାରକୁ ଯାଇ ବେଳଦ୍ଵାର ପଟୁ ଫେରୁଥିଲେ । ଏହି ସମୟରେ ତୋରିଗୋଡିଆ ନିକଟରେ ଭାରସାମ୍ୟ ହରାଇ ଗାଡିଟି ପୋଲ ତଳକୁ ଖସିପଡିଥିଲା । ମଙ୍ଗଳବାର ସକାଳୁ ଏନେଇ ଖବର ପାଇ ପୋଲିସ ଓ ଫାୟାର କର୍ମଚାରୀ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟଙ୍କୁ ଉଦ୍ଧାର କରି ଓଡଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।