ସୁକମା ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ, ଜଣେ ହାର୍ଡକୋର ନକ୍ସଲ ମୃତ
Khabar Odisha:naxal-killed-in-encounter
ମାଲକାନଗିରି,ଜୁଲାଇ ୧(ଖବର ଓଡିଶା):

ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ହାର୍ଡକୋର ନକ୍ସଲ ମୃତ୍ୟୁ ହୋଇଥିବା ଜଣାପଡିଛି। ମୁନକାପାଲ ଅଂଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା ।

ପରେ ଡିଆରଜି ଏବଂ ସିଆରପିଏଫ ଯବାନ ଚଢଉ କରିଥିଲେ। ଯବାନ ଜଙ୍ଗଲରେ ପହଞ୍ଚିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଥିଲା।

  • Tags:

Subscribe

National International State Sports Entertainment