କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଜୟନ୍ତଗିରି ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି । ବିଦ୍ୟୁତ ଆଘାତରେ ମା ପୁଅଙ୍କ ଜୀବନ ଚାଲିଯାଇଛି । ମୃତକ ମା ରମା ଅମାନ୍ୟତା ଓ ପୁଅ ଦୁର୍ଯ୍ୟୋଧନ ଅମାନାତ୍ୟ । ସୂଚନା ଅନୁସାରେ ଆଜି ସକାଳୁ ଦୁର୍ଯ୍ୟୋଧନ ଘର ତାରରେ ଗାମୁଛା କାଢିବା ବେଳେ ହଠାତ ବିଦ୍ୟୁତ ଆଘାତ ଲାଗିଥିଲା । ଆଉ ବିଦ୍ୟୁତ ଆଘାତରେ ପୁଅ ଛଟପଟ ହେଉଥିବା ଦେଖି ମା ନିଜକୁ ସମ୍ଭାଳି ପାରିନଥିଲେ । ପୁଅକୁ ବଂଚାଇବାକୁ ଯାଇଥିଲେ । ମାତ୍ର ତାଙ୍କୁ ବି ବିଦ୍ୟୁତ ଆଘତ ଲାଗିଥିଲା । ଆଉ ଘଟଣାସ୍ଥଳରେ ମା ଓ ପୁଅ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ଏହାଦେଖି ଦୁର୍ୟ୍ୟୋଧନଙ୍କ ସ୍ତ୍ରୀ ଓ ଶାଶୁ ଉଭୟଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଉଭୟଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲେ ବି ସେମାନେ ବର୍ତ୍ତି ଯାଇଥିବା ଜଣାଯାଇଛି। ଯାହାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।