ତେଲକୋଇ: ବଜ୍ରାଘାତ ନେଲା ଦୁଇ ଜୀବନ । ବଜ୍ରାଘାତରେ ସମ୍ପର୍କୀୟ ଶାଶୂ ଓ ବୋହୂଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଚାବାହାଲ ଗ୍ରାମରେ ଘଟିଛି । ମୃତକ ଦୁଇ ଜଣ ଶାଶୂ ରୁକ୍ମିଣୀ ନାଏକ ଓ ବୋହୂ ଲବଣୀ ନାଏକ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଶାଶୂ ଓ ବୋହୂ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଦୁର୍ଭାଗ୍ୟବଶତଃ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ । ଫଳରେ ବଜ୍ରାଘାତରେ ଦୁଇ ଜଣଙ୍କର ହିଁ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ରାଜ୍ୟରେ ଳଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି । ରାଜ୍ୟରେ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ବର୍ଷା ସହ ବଜ୍ରାଘାତ ହେବାର ସମ୍ଭାବନା ରହିଛି ।