ବାଲେଶ୍ୱର: ଏଫ୍ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ଯୁ ପରେ ସୋସିଆଲ ମିଡିଆ ରେ ତାଙ୍କ ଭଉଣୀ ଏବଂ ପରିବାର ପ୍ରତି ସାମାଜିକ ଗଣମାଧ୍ୟମ ରେ ଅଶାଳୀନ ମନ୍ତବ୍ଯ ଦେଇଥିବା ଅଭିଯୋଗରେ ଭୋଗରାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀଙ୍କ ଭାଇ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ କିଛି ଲୋକ ତାଙ୍କ ଭଉଣୀ ଏବଂ ପରିବାର ପ୍ରତି ସୋସିଆଲ ମିଡିଆ ରେ ଆଶାଳୀନ ମନ୍ତବ୍ଯ ଦେବା ଅତ୍ଯନ୍ତ ଦୁର୍ଭାଗ୍ଯଜନକ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ଯ ଲେଖିଛନ୍ତି ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହୀନ ଉଦ୍ୟମ ଚାଲିଛି ବୋଲି । ଯାହା ସେମାନଙ୍କ ପକ୍ଷରେ ସହ୍ଯ କରିବା ଅସମ୍ଭବ ହୋଇ ପଡିଛି । କୌଣସି ଉପାୟ ନପାଇ ସୁରକ୍ଷା ପାଇଁ ସୋସିଆଲ ମିଡିଆ ରେ ଆଶାଳୀନ ମନ୍ତବ୍ଯ ଦେଇଥିବା ୪ଜଣ ଙ୍କ ନାମ ରେ ଭୋଗରାଇ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।